ବିଜୁ ଏକ୍ସପ୍ରେସୱେ ରେ କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ।। ଅନ୍ୟଜଣେ ଗୁରୁତର।। ଆହତଙ୍କୁ ଚିକିତ୍ସା ଲାଗି ରାଉରକେଲା ଅଣା ଗଲା।

0 1,296

ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲ ନିକଟ
ବିଜୁ ଏକ୍ସପ୍ରେସୱେ ରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ରାଉରକେଲା ସରକାରୀ ହସପିଟାଲ ରେ ଭର୍ତ୍ତି କରାଯାଇଥିବା ବେଳେ ମୃତକ ରାଜଗାଙ୍ଗପୁର ଝଗରପୁର ଅଞ୍ଚଳର ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ଇନୋଭା ଗାଡି ରାଉରକେଲା ରୁ ରାଜଗାଙ୍ଗପୁର ଯାଉଥିବା ବେଳେ କାଂଶବାହାଲ ଫାଣ୍ଡି ଅନ୍ତର୍ଗତ ବିଲେଇଗଡ଼ ଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଗଡି ଯାଇଥଲା। ଗାଡିଟି ଏକ ଗଛରେ ପିଟି ହୋଇଯିବା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ଆହତ ଙ୍କୁ ଚିକିତ୍ସା ଲାଗି ପଠାଇ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.