ସାପ କାମୁଡ଼ାରେ ଶିକ୍ଷୟତ୍ରୀଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ।। ଡାକ୍ତରଖାନା ନେବା ପରିବର୍ତ୍ତେ ଲୋକମାନେ ଝଡାଫୁଙ୍କା କରିଥିଲେ।
ଅନ୍ଧବିଶ୍ୱାସ ର କୁପରିଣତି ରେ ଦୁଇଟି ଜୀବନ ଚାଲିଗଲା। ସମାଜରେ
କୁସଂସ୍କାର ଓ ଅନ୍ଧବିଶ୍ୱାସ ଲୋକଙ୍କ ମନରେ ଏପରି ସ୍ଥାନ ପାଇଛି ଯେ ବିଷାକ୍ତ ସାପ କାମୁଡ଼ାକୁ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବାର ଆଶା କରୁଛନ୍ତି। ଏମିତି ଦୁଃଖ ଦାୟକ ଘଟଣା ଘଟିଛି ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଥାନା ଅଞ୍ଚଳରେ। ଗୁରୁଣ୍ଡିଆ ଥାନାର ଲୁହୁରା ସାହି ର ଚାମୁର ଏକ୍କା ଘରେ ଶୋଇଥିବା ବେଳେ ଏକ ସାପ କାମୁଡି ଦେଇଥିଲା। ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ପରିବାର ଲୋକେ ଗୁଣିଗାରେଡିର ଆଶ୍ରା ନେଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା, ଏହି ପରି ଆଉ ଏକ ଦୁଃଖଦ ଘଟଣା ଘଟିଛି ତାମଡା ଗ୍ରାମରେ। ଜଣେ ଶିକ୍ଷୟିତ୍ରୀ ମମତା ପାତ୍ର ଙ୍କୁ ଏକ ଚିତି ସାପ ଶୋଇବା ଅବସ୍ଥାରେ କାମୁଡିଦେଇଥିଲା । ତାକୁ ସେଠାରୁ ତାଙ୍କ ଶ୍ୱଶୁର ଘର ଗୁଣିଆ ପାଖକୁ ନେଇଥିଲେ ପଡୋଶୀ ମାନେ। ଯେତେ ପରାମର୍ଶ ଦେଲେ ମଧ୍ୟ ହସପିଟାଲ ବଦଳ ରେ ଝଡାଫୁଙ୍କା କରାଇଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଅତି ବିଗିଡିବାରୁ ତାଙ୍କୁ ରାଉରକେଲା ଆଇଜିଏଚ ନେଇଥିଲେ। ମାତ୍ର ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ମମତାଙ୍କୁ ପୁଣି ଗାଁ କୁ ଫେରାଇ ଅନ୍ୟ ଏକ ଗୁଣିଆ ପାଖକୁ ନିଆଯାଇଥିଲା । ମାତ୍ର ସେ ଗୁଣିଆ ତାଙ୍କର ମୃତ୍ୟୁ ହୋଇଥିବା କଥା କହିଥିଲେ। ସମୟ ଥାଉଁ ଥାଉଁ ଯଦି ଦୁଇଜଣଙ୍କୁ ହସପିଟାଲ ନିଆଯାଇଥାନ୍ତା ତା ହେଲେ ତାଙ୍କ ଜୀବନ ବଞ୍ଚି ପାରିଥାନ୍ତା। ମୃତ ଶିକ୍ଷୟିତ୍ରୀ ମମତା ପାତ୍ର ଙ୍କ ମୃତ୍ୟୁ ଖବର ପାଇ ଶିକ୍ଷକ ମହଲରେ ଶୋକ ର ଛାୟା ଖେଳିଯାଇଛି। ତେବେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏ ବାବଦରେ ସଚେତନତା କାର୍ଯ୍ୟକ୍ରମ କରିବାର ଆବଶ୍ୟକତା ରହିଛି।