ରାଜଗାଙ୍ଗପୁର ରେଳଷ୍ଟେସନ ନିକଟସ୍ଥ କୁମାରକେଲା ଫାଟକ ନିକଟରେ ଟ୍ରେନ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି।
ସୂଚନା ମୁତାବକ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଇଦଗାହ ମହଲ୍ଲା ନିକଟସ୍ଥ ଶାନ୍ତିନଗର ଅଞ୍ଚଳର ଜଣେ ମହିଳା ଆଜି ପ୍ରାୟ ସକାଳ ୮ଟା ଟ୍ରେନ ଲାଇନ ପାର ହେବ ସମୟରେ ଏହି ଦୁର୍ଘଟଣା ଘଟିଛି। ରାଜଗାଙ୍ଗପୁର ରେଳଷ୍ଟେସନରୁ ୨ କିଲୋମିଟର ଦୂରରେ ଥିବା କୁମାରକେଲା ନିକଟସ୍ଥ ରେଲଫାଟକ ନିକଟରେ ରେଳଲାଇନ ପାର ହେଉଥିବା ସମୟରେ ଏକ ଦ୍ରୁତଗାମୀ ଟ୍ରେନ ଦୁର୍ଘଟଣାରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ମହିଳା ଜଣକ ରାଜଗାଙ୍ଗପୁର ପୋୖରାଞ୍ଚଳର ଅନ୍ତର୍ଗତ ୱାର୍ଡନଂ-୨୦ର ଇସରତ ବାନୋ(୩୮)ଵୋଲି ସୂଚନା ମିଳିଛି। ସୂଚନା ପାଇ ସ୍ଥାନୀୟ ରେଳବାଇ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ବ୍ୟବଚ୍ଛେଦ ନିମନ୍ତେ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।ରେଳବାଇ ପୁଲିସ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛନ୍ତି ।