ରାଉରକେଲା ଲୟନ୍ସ କ୍ଲବ , ବେଦବ୍ୟାସ ତ୍ରିବେଣୀ ପକ୍ଷରୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମ।। ବିଭିନ୍ନ ସ୍କୁଲରେ ଜାତୀୟ ପତାକା ବଣ୍ଟନ।
ଆଜାଦୀ କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର ଚାଲିଛି। ଏହି ଅବସରରେ ରାଉରକେଲା ଲାୟନ୍ସ କ୍ଲବ ବେଦବ୍ୟାସ ତ୍ରିବେଣୀ ପକ୍ଷରୁ ସ୍କୁଲ ମାନଙ୍କରେ ଜାତୀୟ ପତାକା ବଣ୍ଟନ କରାଯାଉଛି। ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ପତାକା ଲଗାଇବାକୁ ଉତ୍ସାହିତ କରାଯାଉଛି। ଏହି ସଂସ୍ଥା ପକ୍ଷରୁ ଡୁମେରଜୋର , ଉଶ୍ରା ଆଦି ସ୍କୁଲରେ ଜାତୀୟ ପତାକା ସହ
ପେନସିଲ , ଖାତା , ବିସ୍କୁଟ ଆଦି ବଣ୍ଟନ କରାଯାଇଥିଲା। ଏଥିସହ ପିଲାମାନେ ଖେଳିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ଦୁଇଟି ଲେଖାଏଁ ଫୁଟବଲ୍ ମଧ୍ୟ ଦିଆଯାଇଥିଲା |
ଡୁମେରଜୋର ପଞ୍ଚାୟତ ର ସରପଞ୍ଚ କୌଶଲ୍ୟା ମହାଲୀ ଅତିଥି ଭାବରେ ଯୋଗଦେଇଥିଲେ। ଲାୟନ୍ସ କ୍ଲବ ରାଉରକେଲା ବେଦବ୍ୟାସ ତ୍ରିବେଣୀର ଅଧ୍ୟକ୍ଷ ଉମା ଶଙ୍କର ତିୱାରୀ ଏବଂ ଉପାଧ୍ୟକ୍ଷ ଉପେନ୍ଦ୍ର କୁମାର ସିଂ ଙ୍କ ଉଦ୍ୟମ କ୍ରମେ ଏହି କାର୍ଯ୍ୟ ଚାଲିଥିବା କୁହାଯାଇଛି ।କ୍ଲବର ନୂତନ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି।