ଦୁର୍ଘଟଣାରେ ଦୁଇଟି କଦଳୀ ବୋଝେଇ ଟ୍ରକ ଓଲଟିଲା।। ଲୋକ ରାସ୍ତା ଉପରୁ ବୋହିନେଲେ ସମସ୍ତ କଦଳୀ।

0 471

କାହା ହାତରେ ବ୍ୟାଗ ତ ଆଉ କାହା ହାତରେ ଅଖ ବସ୍ତା। ସମସ୍ତେ ବ୍ୟସ୍ତ ରାସ୍ତାରୁ କଦଳୀ ସାଉଁଟିବାରେ। ଜଣେ କି ଦଶ ଜଣ ନୁହେଁ ଶହ ଶହ ଲୋକ ଏହି କଦଳୀ ବୁହା କାମରେ ଲାଗିଥାଆନ୍ତି । ଅନ୍ୟ କେହି ପୁଣି ଟେମ୍ପୁ ଲଗାଇ କଦଳୀ ବୋହିବାରେ ବ୍ୟସ୍ତ। ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ର କୁତ୍ରା ଗ୍ରାମ ଦେବତା ପୀଠ ସମ୍ମୁଖରେ । ଦୁଇଟି କଦଳୀ ବୋଝେଇ ଟ୍ରକ୍ ମହାରାଷ୍ଟ୍ରରୁ ରାଞ୍ଚି ଯାଉଥିବା ବେଳେ ରାତିରେ ସେଠାରେ ଗାଡି ଛିଡା କରିଥିଲେ । ତେବେ ଏକ ଟ୍ରେଲର ଆସି ଗାଡିକୁ ଧକ୍କା ଦେଇଥିଲା ଫଳରେ ଦୁଇଟି ଯାକ ଟ୍ରକ୍ ଓଲଟି ପଡି ସବୁଯାକ କଦଳୀ ରାସ୍ତା ଉପରେ ପଡିଥିଲା । ଏବଂ ଟ୍ରେଲର ଚାଳକ ଗାଡିଭିତରେ ହିଁ ଚାପିହୋଇ ରହିଯାଇଥିଲେ । ପରେ ପୁଲିସ ଆସି ଚାଳକକୁ ଗ୍ୟାସ କଟର ଓ ଜେସିବି ଲଗାଇ ଉଦ୍ଧାର କରିଥିଲା । ସକାଳୁ ଲୋକେ ଘଟଣା ସମ୍ପର୍କ ରେ ଶୁଣି ଘଟଣା ସ୍ଥଳକୁ ଯାଇ ମାନବିକତା ଭୁଲି ସବୁ କଦଳୀ ବୋହି ନେଇଗଲେ । ଫ୍ରି ରେ ପାଇଲେ ଲୋକ ହିତାହତ ଜ୍ଞାନ ଭୁଲି ଯିବାର ଆଉ ଏକ ନମୁନା। କୁତ୍ରା ପୋଲିସ ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.