ଶ୍ରାବଣ ମାସର ଶେଷ ସୋମବାର ରେ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶୈବ୍ୟ ପୀଠରେ ଜଳାଭିଷେକ କରିବାକୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଥିଲା। ବଣେଇ ର ବାଣେଶ୍ୱର ମଦିରରେ ଦେବଦେବ ମହାଦେବଙ୍କୁ ଦର୍ଶନ ଲାଗି ସକାଳୁ ଭକ୍ତ ମାନଙ୍କ ଭିଡ଼ ଲାଗିରହିଥିଲା। ଶ୍ରଦ୍ଧାଳୁ ମାନେ ଧାଡ଼ିରେ ଛିଡ଼ାହୋଇ ଜଳାଭିଷେକ କରିଥିଲେ । ସେହିପରି ରାଉରକେଲା ବେଦବ୍ୟାସ ଶୈବ୍ୟ ପୀଠ ରେ ଗତକାଲି ରାତିରୁ ଭିଡ଼ ଲାଗି ରହିଛି। ବ୍ରାହ୍ମଣୀ ନଦୀରୁ ପାଣି ଆଣି ଶ୍ରଦ୍ଧାଳୁ ମାନେ ମହାଦେବଙ୍କ ନିକଟରେ ଜଳାଭିଷେକ କରିଥିଲେ। ଚନ୍ଦ୍ରଶେଖର ମନ୍ଦିର ସହ ମୁଖ୍ୟ ମନ୍ଦିରରେ ଭକ୍ତ ମାନଙ୍କ ଲମ୍ବା ଲାଇନ ଲାଗି ରହିଥିଲା। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଫାୟାର ବ୍ରିଗେଡ଼ ଏବଂ ଓଡ୍ରାଫ ଟିମ ମୁତୟନ କରାଯାଇଥିଲା। ସେହିପରି ରାଜଗାଙ୍ଗପୁର ସ୍ଥିତ ଘୋଘର ଶୈବ୍ୟ ପୀଠରେ ମଧ୍ୟ ରବିବାର ରାତିରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଥିଲା।