କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ସକାଳେ ଭୁବନେଶ୍ୱର ରେ ପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ସେଠାରେ ସେ ଜଳାଭିଷେକ ମଧ୍ୟ କରିଥିଲେ। ଶ୍ରୀ ଶାହା ଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେପି ର ବହୁ ନେତୃବୃନ୍ଦ ମନ୍ଦିରରେ ଦର୍ଶନ ବେଳେ ଥିଲେ। ଲିଙ୍ଗରାଜ ମନ୍ଦିର ରୁ ଦର୍ଶନ ସାରି ଫେରିଲା ପରେ ଶ୍ରୀ ଶାହା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଘରକୁ ଯାଇଥିଲେ। ପରେ କେନ୍ଦ୍ର ଗୃହମନ୍ତ୍ରୀ ଙ୍କ କଟକ ଯିବାର କାର୍ଯ୍ୟକ୍ରମ ରହିଛି।
ରବିବାର ବିଳମ୍ବିତ ରାତିରେ ଶ୍ରୀ ଶାହା ଭୁବନେଶ୍ୱର ଏଆରପୋର୍ଟ ରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା। ଦଳୀୟ ନେତା , କର୍ମୀ ମାନେ ଏହି ସ୍ୱାଗତ ସମାରୋହ ରେ ଉପସ୍ଥିତ ଥିଲେ ।