ରାଉରକେଲା ରେ ଚାଲିଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଦୁଇ ଦିବାସୀୟ ଜାତୀୟ କାର୍ଯ୍ୟକାରିଣୀ ବୈଠକ ସମାପନ ହୋଇଯାଇଛି। ରାଉରକେଲା ର ଅଗ୍ରସେନ ଭବନରେ ଚାଲିଥିବା ଏହି ବୈଠକରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏ ବି ଭି ପି ର ସଦସ୍ୟ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଏ ବି ଭି ପି ର ଜେନେରାଲ ସେକ୍ରେଟେରୀ ନିଧି ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଙ୍ଗଠନର ଛାତ୍ର ନେତା ଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଅଜାଦି କି ଅମୃତ ମହୋତ୍ସବ କୁ ସମର୍ଥନ ଜଣେଇବା ସହ ଏକ ଗାଓଁ ଏକ ତିରଙ୍ଗା ଅଭିଯାନ ରେ ଏ ବି ଭି ପି ସାମିଲ ହୋଇଛି। ଏହା ସହ ପ୍ରଦୂଷଣ ରୋକିବା ପାଇଁ ସାରା ଦେଶରେ ପ୍ରାୟ ଏକ କୋଟି ବୃକ୍ଷ ରୋପଣ କରାଯିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ରେ ରାଷ୍ଟ୍ରୀୟ ଶିକ୍ଷାନିତି ର ଗୁଣବତ୍ତା କିଭଳି ପହଁଚି ପାରିବ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଥିବା ସଂଗଠନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।