ଦେଶ ମନେଇବାକୁ ଯାଉଛି ସ୍ୱାଧୀନତା ପୂର୍ତ୍ତି ର ୭୫ ବର୍ଷ , ଆଜାଦୀ କି ଅମୃତ ମହୋତ୍ସବ । କିନ୍ତୁ ବିଡମ୍ବନା ଯେ ରାଉରକେଲା ନିକଟ ଟାଙ୍ଗରପାଲି ର ଝାରମୁଣ୍ଡା ଅଞ୍ଚଳ ଏବେବି ବିଦ୍ୟୁତ ସମସ୍ୟା ଦେଇ ଗତି କରୁଛି। ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ଏହି ଅଞ୍ଚଳରେ ପହଁଚି ପାରିନାହିଁ। ପିଢ଼ି ପରେ ପିଢ଼ି ବିଭିନ୍ନ ଦଳର ଜନ ପ୍ରତିନିଧି ଏଠାରୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଏହି ମୌଳିକ ସେବା ପ୍ରତି କେହି ଧ୍ୟାନ ଦେଇନାହାନ୍ତି। କେବଳ ବିଦ୍ୟୁତ ସମସ୍ୟା ନୁହେଁ , ଏଠାରେ ନା ଅଛି ଅଙ୍ଗନବାଡି, ନା ପହଁଚିଛି ପାନୀୟ ଜଳର ସୁବିଧା । ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ଅନେକ ବୟସ୍କ , ଭିନ୍ନକ୍ଷମ ଏବଂ ବିଧବା। ଆଜି ଏହି ଅଞ୍ଚଳ ଗସ୍ତ କରିଥିଲେ କଂଗ୍ରେସ ନେତା ପ୍ରଶାନ୍ତ ସେଠି। ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମରେ ସେ ବିଦ୍ୟୁତ ସମସ୍ୟା ସହ ବସ୍ତିର ଅନ୍ୟ ଅସୁବିଧା ବାବଦରେ ଅବଗତ ହୋଇଥିଲେ। ସମସ୍ତ ସମସ୍ୟା କୁ ସରାକରୀ ସ୍ତରରେ ପହଞ୍ଚାଇ କିପରି ଯଥାଶୀଘ୍ର ସମସ୍ୟା ର ସମାଧାନ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରଶାନ୍ତ ପ୍ରତିଶୃତି ଦେଇଥିଲେ |