ନିଶାଶକ୍ତ ଯୁବକଙ୍କ ଆକ୍ରମଣରେ ସୁରକ୍ଷା ଅଧିକାରୀ ଗୁରୁତର।। ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି।।ଅଭିଯୁକ୍ତ ଗିରଫ
ରାଉରକେଲା ବସ ଷ୍ଟାଣ୍ଡରେ ଜଣେ କାର୍ଯ୍ୟରତ ଘରୋଇ ସୁରକ୍ଷା କର୍ମୀ ଜଣେ ଦୃବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତ ସୁରକ୍ଷା କର୍ମୀ ଅମର ବଡାଇକଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଅମର ଏକ ଘରୋଇ ବସ କମ୍ପାନୀର ସୁରକ୍ଷା ଦାଇତ୍ୱ ରେ ଥିଲେ। ଶନିବାର ରାତିରେ ସେ ଡ୍ୟୁଟି ରେ ଥିବା ବେଳେ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା। ଯୁବକ ଜଣଙ୍କ ବସ ଷ୍ଟାଣ୍ଡରେ ନିଶା ସେବନ କରୁଥିବାରୁ ଅମର ତାଙ୍କୁ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ନିଶାଶକ୍ତ ଯୁବକ ଜଣଙ୍କ ଅମରଙ୍କୁ ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ। ଲହୁ ଲୁହାଣ ଅମରଙ୍କୁ ପୋଲିସ ସଙ୍ଗେ ସଙ୍ଗେ ସରକାରୀ ହସପିଟାଲ କୁ ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଉଛି। ପ୍ଲାଣ୍ଟସାଇଟ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।