ରାଉରକେଲା ୱାନ ନିର୍ମାଣଧୀନ ଭବନର ଛାତ ଭୁଶୁଡିବା ଘଟଣା।। ବିଭାଗୀୟ ତଦନ୍ତ ହେବା ନେଇ କହିଲେ ସ୍ମାର୍ଟ ସିଟି ସି ଇ ଓ।

0 692

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ପାନପୋଷ ହକି ଛକ ନିକଟ ତଥା ଟ୍ରକ୍ ପାର୍କିଂ ସମ୍ମୁଖରେ ରାଉରକେଲା ୱାନ ଜିଲ୍ଲା ପ୍ରଶାସନିକ ଭବନ ର ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନରୁ ଜାରି ରହିଛି। ସେଠାରେ ବିଭିନ୍ନ କମ୍ପାନୀ ଠିକା ରେ କାମ କରୁଛନ୍ତି। ଗତକାଲି ଶୁକ୍ରବାର ରାତିରେ
ଇ ପି ଆଇ ଏଲ ପକ୍ଷରୁ ଢଳେଇ ପଡିଥିବା କୋଠାର ସିଣ୍ଟରିଂ ଖସି ପଡିଥିଲା। ଫଳରେ ଛାତ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣା ରେ କୌଣସି ଜୀବନ ହାନି ହୋଇନଥିବା ସୂଚନା ମିଳିଛି। ହେଲେ ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ କୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ବୈଷୟିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ମାର୍ଟ ସିଟି ସି ଇ ଓ ତଥା ରାଉରକେଲା ଏଡିଏମ ଡାକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି। କମ୍ପାନୀ ତରଫରୁ ଏହି ଦୁର୍ଘଟଣାର ତଦନ୍ତ ଲାଗି ଏକ ଟିମ ଆସୁଛନ୍ତି। ଏହାଛଡା ବିଭାଗୀୟ ତଦନ୍ତ ମଧ୍ୟ କରାଯିବ ବୋଲି ସ୍ମାର୍ଟ ସିଟି ସି ଇ ଓ କହିଛନ୍ତି।

Leave A Reply

Your email address will not be published.