ମହରମ ପର୍ବ ପାଳନ ଲାଗି ରାଉରକେଲା ପୋଲିସ ମୁଖ୍ୟାଳୟରେ ଏସ ପି ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ।

0 324

ଆସନ୍ତା ୯ ତାରିଖରେ ରାଉରକେଲା ରେ ପାଳିତ ହେବ ଦୁଃଖ ଏବଂ ବିଳାପ ର ପର୍ବ ମହରମ। ଏଥିଲାଗି ବିଭିନ୍ନ ମହରମ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ମହରମ ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବାକୁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ବୈଠକ କରାଯାଇଛି। ଶୁକ୍ରବାର ଦିନ ପ୍ଲାଣ୍ଟସାଇଟ ଥାନା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆଜି ରାଉରକେଲା ଏସ ପି ମୁକେଶ କୁମାର ଭାମୁଙ୍କ ଅଧ୍ୟକ୍ଷତାରେ ମହରମ ପାଳନ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲିସ ମୁଖ୍ୟାଳୟ ରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ମହରମ କମିଟିର ସଦସ୍ୟ , ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ। ମହରମ ପାଳନ ବାବଦରେ ସଦସ୍ୟ ମାନେ ସେମାନଙ୍କ ମତାମତ ରଖିଥିଲେ। ରାଉରକେଲା ଏକ ଭାଇଚାରାର ସହର ହୋଇଥିବାରୁ ସମସ୍ତେ ମିଳିମିଶି ଶାନ୍ତି ଶୃଙ୍ଖଳା ସହ ମହରମ ପର୍ବ ପାଳନ କରିବାକୁ ନିବେଦନ କରାଯାଇଥିଲା।

Leave A Reply

Your email address will not be published.