ରେଳ ଲାଇନରେ ପଥର ରଖି ଟ୍ରେନ ଅଟକାଇବାକୁ ଉଦ୍ୟମ।।୫ ନାବଳକ ଙ୍କୁ ଅଟକ ରଖି ଜିଆରପି ର ପଚରା ଉଚୁରା।

0 602

ରେଳ ଲାଇନ ରେ ପଥର ରଖି ଟ୍ରେନ ଅଟକାଇବା ଉଦ୍ୟମ ଅଭିଯୋଗରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ।
ରାଉରକେଲା ରେଳବାଇ ଥାନା ଅନ୍ତର୍ଗତ ରେଳ ଲାଇନ୍‌ରେ ଦୁଇଟି ଟ୍ରେନ୍‌ ଯଥା – ତପସ୍ବିନୀ ଏକ୍ସପ୍ରେସ୍‌ ଓ ଆଲିପେ ଏକ୍ସପ୍ରେସ୍‌ ସମ୍ମୁଖରେ ଲଗାତାର ଦୁଇଦିନ ଧରି କେହି ପଥର ରଖିଆସୁଥିବା ଜଣାପଡ଼ିଥିଲା। ଏହା ଯୋଗୁଁ ଗାଡ଼ିର ଗତିପଥ ପ୍ରଭାବିତ ହେବା ସହ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏହାପରେ ୪ ତାରିଖ ଦିନ ରାଉରକେଲା ରେଳବାଇ ଥାନା ଅଧିକାରୀ ଏସ ମୀନାଙ୍କ ନେତୃତ୍ବରେ ପୋଲିସ କର୍ମୀମାନେ ରେଳ ଲାଇନ ଉପରେ କିଏ ପଥର ରଖୁଛି ଜାଣିବା ପାଇଁ ସତର୍କ ଦୃଷ୍ଟି ରଖିଥିଲେ। ଏହି ସମୟରେ କିଛି ନାବାଳାକ ଏହି ପଥର ରଖିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଥିଲା। ଏହାପରେ ସମ୍ପୃକ୍ତ ନାବାଳକମାନଙ୍କୁ ପୋଲିସ ପକ୍ଷରୁ ପଚରାଉଚୁରା କରାଯାଇଥିଲା। ଅଭିଯୁକ୍ତମାନେ ନାବାଳକ ହୋଇଥିବାରୁ ସେମାନଙ୍କୁ ଅଧିକ ପଚରାଉଚୁରା ସହିତ ଘଟଣାର ତଦନ୍ତ ଜାରି ରହିଛି । ଏହି ଘଟଣା ସମ୍ପ୍ରତି ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.