ଦେଶରେ ଦରଦାମ ରେ ବୃଦ୍ଧି , ବେକାରୀ ସମସ୍ୟା ବିରୁଦ୍ଧରେ ରାଉରକେଲା ରେ କଂଗ୍ରେସର ବିକ୍ଷୋଭ।। ୫୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମକର୍ତ୍ତା ଅଟକ।
ଦେଶରେ ଦରଦାମ ବୃଦ୍ଧି , ବେକାରୀ ସମସ୍ୟା ଏବଂ ଜି ଏସ୍ ଟି ବ୍ୟବସ୍ଥା ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିନ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଇଛି। ଭୁବବେଶ୍ୱର ରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ମଧ୍ୟ ପ୍ରତିବାଦ ବିକ୍ଷୋଭ କରାଯାଇଛି। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଅତିରିକ୍ତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ଯୁବ , ଛାତ୍ର , ମହିଳା କଂଗ୍ରେସର କର୍ମକର୍ତ୍ତା ମାନେ ମଧ୍ୟ ଯୋଗଦେଇଥିଲେ। ବିକ୍ଷୋଭକାରୀ ମାନେ ପୋଲିସ କର୍ଡନ ଭାଙ୍ଗି ଏ ଡି ଏମ କାର୍ଯ୍ୟାଳୟ କୁ ଧସେଇ ପଶିବା ବେଳେ ପୋଲିସ ବହୁ କଂଗ୍ରସ ନେତାଙ୍କୁ ଅଟକ ରଖିଥିଲା। ପରେ ଅଟକ ନେତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଯାଇଥିଲା। ଦରଦାମ ବୃଦ୍ଧି ଉପରେ ସରକାର ଲଗାମ ନ ଲଗାଇଲେ , ବେକାରୀ ସମସ୍ୟା ଦୂର ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଛନ୍ତି।