ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟର ସର୍ବାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ।। ସୁନ୍ଦରଗଡ଼ ରେ ୨୪୨ , ଖୋର୍ଦ୍ଧା ରେ ୧୧୭ , ସମ୍ବଲପୁର ରେ ୬୨ ଆକ୍ରାନ୍ତ।

0 264

ସୁନ୍ଦରଗଡ ଜିଲ୍ଲା ଏବେ ପାଲିଟିଛି କୋଭିଡ ହଟସ୍ପଟ। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୨୪୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲା ନବମ ଦିନରେ ଲଗାତାର ଭାବେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ରାଜ୍ୟରେ ଆଜି ୮୩୬ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୧୧୭ ଜଣ ଏବଂ ସମ୍ବଲପୁରରେ ୬୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ କଟକଣା ଲଗାଯାଇଛି। ସ୍ୱାଧୀନତା ଦିବସ ପାଳନ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବା ନେଇ ସରକାରୀ ଭାବେ ସୂଚନା ଦିଆଯାଇଛି। ବିନା ଜନସାଧରଣଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ କରାଯିବ। କୋଭିଡ ସଂକ୍ରମଣ ବଢୁ ଥିବାରୁ କମ ଅତିଥିରେ ସ୍ୱାଧୀନତା ଦିବସ ପାଳନ କରିବାକୁ ନିର୍ଦ୍ଧେଶ ଦିଆଯାଇଛି। ଏହା ସହ ସର୍ଵସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.