ଶାନ୍ତି ଶୃଙ୍ଖଳା ସହ ମହରମ ପାଳନ ଲାଗି ପ୍ଲାଣ୍ଟସାଇଟ ଥାନାରେ ଶାନ୍ତି କମିଟି ବୈଠକ।। ଯୋଗ ଦେଲେ ବିଭିନ୍ନ ମହରମ କମିଟିର ସଦସ୍ୟ।

0 319

ଆସନ୍ତା ୯ ତାରିଖରେ ରାଉରକେଲା ରେ ପାଳିତ ହେବ ଦୁଃଖ ଏବଂ ବିଳାପ ର ପର୍ବ ମହରମ। ଏଥିଲାଗି ବିଭିନ୍ନ ମହରମ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ମହରମ ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବାକୁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ବୈଠକ କରାଯାଇଛି। ଶୁକ୍ରବାର ଦିନ ପ୍ଲାଣ୍ଟସାଇଟ ଥାନା ଅଭ୍ୟର୍ଥନା କକ୍ଷରେ ଏକ ବୈଠକର ଆୟୋଜନ କରାଯାଇଥିଲା। ବିଭିନ୍ନ ମହରମ କମିଟି ର ସଦସ୍ୟ , ରାଉରକେଲା ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟ ମାନେ ଏହି ଶାନ୍ତି କମିଟି ବୈଠକ ରେ ଯୋଗ ଦେଇଥିଲେ। ଅତିରିକ୍ତ ଏସ ପି ବିକ୍ରମ କେଶରୀ ଭୋଇ , ପ୍ଲାଣ୍ଟସାଇଟ ଥାନା ଇନିସ୍ପେକ୍ଟର ସନ୍ତୋଷ କୁମାର ଜେନା ବିଭିନ୍ନ କମିଟି ର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଶାନ୍ତି ଶୃଙ୍ଖଳା ସହ ମହରମ ପର୍ବ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା।

Leave A Reply

Your email address will not be published.