ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍ରେ ଗୁରୁବାର ସକାଳୁ ସିବିଆଇ ଟିମ୍ ରେଡ଼ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍ ଚଢ଼ାଉ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି। ଏନେଇ ସିବିଆଇ ତରଫରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନଥିବା ବେଳେ ୨୫ ଲକ୍ଷର ଏକ ଲାଞ୍ଚ କାରବାର ବାବଦରେ ଏହି ଚଢାଉ ଚାଲିଥିବା ଜଣାଯାଇଛି।
କଟକ ଓଡ଼ିଆ ବଜାରସ୍ଥିତ ମହିମା ମିଶ୍ରଙ୍କ ଘର ଓ ଲିଙ୍କ ରୋଡସ୍ଥିତ OSL ଅଫିସରେ ୨ଟି ଟିମ୍ ଚଢ଼ାଉ କରିଛନ୍ତି। ଓଡ଼ିଆ ବଜାରସ୍ଥିତ ଘରେ ମହିମା ମିଶ୍ର ଓ ତାଙ୍କ ୨ ପୁଅ ରହୁଥିବା ଜଣାଯାଇଛି। ସେହିପରି ପାରାଦୀପର ବଡ଼ପଡ଼ିଆ ସ୍ଥିତ OSL ଅଫିସ୍ ସମେତ ୪ଟି ସ୍ଥାନରେ ଚଢାଉ ଚାଲିଛି ।