ରାଉରକେଲା ସିଆରପିଏଫ ୧୯ ବାଟାଲିଅନର ‘ହର ଘର ତିରଙ୍ଗା’ ସଚେତନତା ଶୋଭାଯାତ୍ରା।। ୪୦ ବାଇକ ରେ ବୁଲିଲେ ସହର।

0 317

ଦେଶ ସ୍ୱାଧୀନତା ର ୭୫ ବର୍ଷ ପୁରା କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଦେଶ ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ କରୁଛି। ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଲୋକଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ କରିବା ଏବଂ ଜାତୀୟ ପତାକା ପ୍ରତି ସମ୍ମାନ ବଢାଇବା ଲାଗି ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଦେଶର ସମସ୍ତ ଜନସାଧାରଣ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଘରେ ଜାତୀୟ ପତାକା ଲଗାଇବାକୁ ନିବେଦନ କରାଯାଇଛି।
‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କୁ ସଚେତନ କରାଇବା ଲାଗି ରାଉରକେଲା ସି ଆର ପି ଏଫ ୧୯ ବାଟାଲିଅନ ପକ୍ଷରୁ ଏକ ବାଇକ ରାଲି ର ଆୟୋଜନ କରାଯାଇଥିଲା। ସିଆରପିଏଫ ଗେଟ ନିକଟରୁ ଏହି ଶୋଭାଯାତ୍ର ବାହାରି ସହର ପରିକ୍ରମା କରିଥିଲା। ପ୍ରତି ଘରେ ତିରଙ୍ଗା କାର୍ଯ୍ୟକ୍ରମ ପ୍ରତି ଲୋକଙ୍କୁ ସଚେତନ କରାଇବା ଏହି ଶୋଭାଯାତ୍ରାର ଉଦ୍ଧେଶ୍ୟ ବୋଲି ସିଆରପିଏଫ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.