ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୦ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ୧୫୭ ଜଣ ୦-୧୮ ବର୍ଷ ଆୟୁ ସୀମା ମଧ୍ୟରେ। ତେବେ ଲଗାତାର ୮ ମ ଦିନରେ ସୁନ୍ଦରଗଡ଼ ଜିଲ୍ଲା କୋଭିଡ ଆକ୍ରାନ୍ତରେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୨୦ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୪୦ ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ରେ ୭୨ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡି ରେ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଖିବାକୁ ଗଲେ ପଶ୍ଚିମ ଓଡ଼ିଶାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପଡୋଶୀ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ରେ ବୃଦ୍ଧି ପାଇଥିବାରୁ ଏଠାରେ ବଢୁଛି ବୋଲି କୁହାଯାଉଛି। ତେବେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ଲୋକମାନେ କୋଭିଡ଼ କଟକଣା ମାନୁନଥିବା ଦେଖା ଯାଉଛି। ବହୁତ କମ ସଂଖ୍ୟକ ଲୋକ ମାସ୍କ ପରିଧାନ କରୁଥିବା ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ମଧ୍ୟ କଡାକଡି ଭାବେ କୋଭିଡ କଟକଣା ଫଲୋ କରୁନାହାନ୍ତି । ଲୋକମାନେ କୋଭିଡ କଟକଣା ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।