ରାଉରକେଲା ୨୦ ନମ୍ବର ସେକ୍ଟର ମିଶ୍ର ଖଟାଲ ବସ୍ତିର ଉନ୍ନତିକରଣ ଦାବି।। ସହର ସେବା ସିଜିଏମ୍ ଙ୍କୁ ଭେଟିଲେ ପ୍ରଶାନ୍ତ ସେଠୀ।

0 306

ରାଉରକେଲା ୨୦ ନମ୍ବର ସେକ୍ଟର ସ୍ଥିତ ମିଶ୍ର ଖଟାଲ ବସ୍ତିରେ ରହୁଥିବା ଲୋକମାନଙ୍କୁ ମୌଳିକ ସେବା ଯୋଗାଇ ଦେବାକୁ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଦାବି କରିଛନ୍ତି। ବୁଧବାର ଦିନ ବସ୍ତି ର ଲୋକମାନଙ୍କ ସହ ଶ୍ରୀ ସେଠୀ ରାଉରକେଲା ଇସ୍ପାତ ସହରାଞ୍ଚଳ ସେବାର
ସି ଜି ଏମ୍ ଅଜୟ ନାୟକ ଙ୍କୁ ଭେଟି ବସ୍ତି ର କେତକ ସମସ୍ୟା ଉପସ୍ଥାପନ କରିଛନ୍ତି। ବସ୍ତିରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ସହ ସଫେଇ ବ୍ୟବସ୍ଥା ନିୟମିତ କରିବାକୁ ଦାବି କରାଯାଇଛି। ଏହା ସହ ବସ୍ତି ମଧ୍ୟରେ ବିଭିନ୍ନ ସ୍ଥାନରେ ଡ଼ଷ୍ଟବିନ ରଖିବାକୁ ନିବେଦନ କରାଯାଇଛି। ବର୍ଜ୍ୟଜଳ ନିଷ୍କାସନ ଲାଗି ଡ୍ରେନ ନିର୍ମାଣ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ସନ୍ଦର୍ଭରେ ଏକ ସ୍ମାରକପତ୍ର ସିଜିଏମ ଙ୍କୁ ବସ୍ତି ବାସିନ୍ଦାଙ୍କ ତରଫରୁ ପ୍ରଦାନ କରାଯାଇଥିଲା। ଦୃଷ୍ଟି କୁ ଆଣିଥିବା ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବାକୁ ଉଦ୍ୟମ କରାଯିବ ବୋଲି ସହର ସେବା ସିଜିଏମ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି

Leave A Reply

Your email address will not be published.