ରାଉରକେଲା ପାୱାର ହାଉସ ରୋଡ଼ ରାସ୍ତାର ଅବସ୍ଥା ଶୋଚନୀୟ। ଶୀଘ୍ର ମରାମତି କରିବାକୁ ଦାବି।

0 298

ରାଉରକେଲା ପାୱାର ହାଉସ ରୋଡ଼ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ନିର୍ମଳ ମାର୍କେଟ ନିକଟରେ ଥିବା ବିଦ୍ୟୁତ ସବ ଷ୍ଟେସନ ନିକଟରୁ ରିଙ୍ଗରୋଡ଼ ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ମଟର ଯିବାରେ ଅସୁବିଧା ହେଉଛି। ଏହା ଛଡା ସାଧାରଣ ଲୋକ ଚାଲି ଚାଲି ଯିବାବେଳେ ମଧ୍ୟ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏହି ରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି। ଟିକେ ବର୍ଷା ହୋଇଗଲା ପରେ ରାସ୍ତାର ଅବସ୍ଥା ନକହିବା ଭଲ। ସୃଷ୍ଟି ହୋଇଥିବା ଗର୍ତ୍ତ ରେ ପାଣି ଭରି ରହୁଛି। ସ୍ବେରେଜ ସିଷ୍ଟମ କାମ ସରିବା ପରେ ରୋଡ଼ ର ମରାମତି କରା ନଯାଇ ସେହିପରି ଛାଡି ଦିଆଯାଇଛି। ଦୀର୍ଘ ଛ ମାସ ହେଲା ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଥିଲେ ମଧ୍ୟ ଏହାର ମରାମତି ଲାଗି କୌଣସି ପଦକ୍ଷେପ ନିଆଯାଉନାହିଁ। ରାଉରକେଲା ମହାନଗର ନିଗମ କିମ୍ବା ସ୍ବେରେଜ ବୋର୍ଡ ଶୀଘ୍ର ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.