ସୁନ୍ଦରଗଡ ଜିଲ୍ଲା ଏବେ ପାଲିଟିଛି କୋଭିଡ ହଟସ୍ପଟ। ଏକ ସପ୍ତାହ ହେଲା ସୁନ୍ଦରଗଡ ଜିଲ୍ଲା କୋଭିଡ ସଂକ୍ରମଣରେ ଖୋର୍ଦ୍ଧା କୁ ପଛରେ ପକାଇ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୦ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ୨୫୦ ଏବଂ ଖୋର୍ଦ୍ଧାରେ 133 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧିର ସଠିକ କାରଣ ଜଣା ପଡିନଥିବା ବେଳେ ପଡୋଶୀ ରାଜ୍ୟରେ ସଂକ୍ରମଣ ବୃଦ୍ଧି ର କାରଣ ବୋଲି କୁହାଯାଉଛି। ତେବେ ପ୍ରଶାସନର ବାରମ୍ବାର ସଚେତନତା ସ୍ଵତ୍ତ୍ୱେ ଲୋକମାନେ କୋଭିଡ କଟକଣା ମାନୁ ନଥିବା ପରିଲକ୍ଷିତ ହେଉଛି। ଅଧିକାଂଶ ଲୋକ ବିନା ମାସ୍କ ରେ ଭିଡ ସ୍ଥାନରେ ବୁଲୁଥିବା ଦେଖାଯାଉଛି। ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ କୋଭିଡ କଟକଣା ପାଳନ କରୁନାହାନ୍ତି। କୋଭିଡ କଟକଣା ପାଳନ ନକଲେ ସଂକ୍ରମଣ ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି।