୪ ଜଣ ଡ୍ରଗ୍ସ ବେପାରୀ ସୁନ୍ଦରଗଡ଼ ପୋଲିସ ହାତରେ ଧରାପଡିଲେ।। ଆଠ ଗ୍ରାମ ବ୍ରାଉନ ସୁଗର ଜବତ।। ରାଉରକେଲା ରେ ମୁଖ୍ୟ ଡ୍ରଗ୍ସ ବେପାରୀ।
ସୁନ୍ଦରଗଡ ଜିଲ୍ଲାରେ ଡ୍ରଗ୍ସ କାରବାରରେ ସଂଶ୍ଳିଷ୍ଟ ଥିବା ଏକ ରାକେଟ ର ୪ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ଡ୍ରଗ୍ସ ଚାଲାଣ କରୁଥିବା ବେଳେ ସୁନ୍ଦରଗଡ଼ ବନ ଦୁର୍ଗା ମନ୍ଦିର ନିକଟରୁ ୩ ଜଣଙ୍କୁ ଗିରଫ କରିଛନ୍ତି ଟାଉନ ଥାନା ପୋଲିସ। ସେମାନଙ୍କ ନିକଟରୁ ୮ ଗ୍ରାମ ବ୍ରାଉନ ସୁଗର ଜବତ କରାଯିବା ସହ ଏକ ବାଇକ ମଧ୍ୟ ଜବତ କରାଯାଇଛି। ଏହି ଡ୍ରଗ୍ସ ଚାଲାଣକାରୀ ମାନେ ରାଜଗାଙ୍ଗପୁର ରୁ ଡ୍ରଗ୍ସ ଆଣି ସୁନ୍ଦରଗଡ଼ ରେ ଜଣେ ବେପାରୀଙ୍କୁ ବିକିବାକୁ ଯାଉଥିବା ବେଳେ ପୋଲିସ ହାତରେ ଧରପଡିଥିଲେ। ପୋଲିସ ରାଜଗାଙ୍ଗପୁର ରୁ ମଧ୍ୟ ଜଣେ ଡ୍ରଗ୍ସ ବିକ୍ରେତାଙ୍କୁ ଧରିଛି। ଏହି ବ୍ରାଉନ ସୁଗର ରାଉରକେଲାରୁ ଜଣେ ଡ୍ରଗ୍ସ ବେପାରୀ ଙ୍କ ଠାରୁ ଅଣାଯାଇଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ଡ୍ରଗ୍ସ ଚାଲାଣ କରୁଥିବା ରାକେଟ ର ଅନ୍ୟ ସଦସ୍ୟ ମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ବୋଲି ସୁନ୍ଦରଗଡ଼ ଏସପି ସାଗରିକା ନାଥ କହିଛନ୍ତି।