୩ ମୋବାଇଲ ଫୋନ ଲୁଟେରାଙ୍କ ଗିରଫ କଲେ ରାଜଗାଙ୍ଗପୁର ପୋଲିସ।। ୨୦ ଟି ସ୍ମାର୍ଟ ଫୋନ ଜବତ।। ଜବତ ଫୋନ ମାଲିକଙ୍କୁ ଫେରସ୍ତ କଲେ ପୋଲିସ।
ରାଜଗାଙ୍ଗପୁର ପୁଲିସ କୁ ମିଳିଛି ଏକ ବଡ଼ ସଫଳତା। କୁତ୍ରା ଏବଂ ରାଜଗାଙ୍ଗପୁର ଅଞ୍ଚଳ ରେ ମୋବାଇଲ ଫୋନ ଲୁଟ କରୁଥିବା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ରାଜଗାଙ୍ଗପୁର ଥାନା ଇନିସ୍ପେକ୍ଟର ବି କେ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୦ ଟି ସ୍ମାର୍ଟ ମୋବାଇଲ ଫୋନ ଜବତ କରିଛନ୍ତି। ଜବତ ହୋଇଥିବା ମୋବାଇଲ ଫୋନ ଥାନାରେ ସେମାନଙ୍କ ମାଲିକ ମାନଙ୍କୁ ଫେରସ୍ତ କରି ଦିଆଯାଇଛି। ଲୁଟ ହୋଇଥିବା ମୋବାଇଲ ଫୋନ ଫେରି ପାଇ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଫୋନର ମାଲିକ ମାନେ। ଗିରଫ ଲୁଟେରା ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।