୨୪ ଘଣ୍ଟାରେ ସୁନ୍ଦରଗଡରେ ୨୨୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ।। ଚତୁର୍ଥ ଦିନରେ ଲଗାତାର ଭାବେ ରାଜ୍ୟରେ ପ୍ରଥମ।। କୋଭିଡ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ ନିଷ୍ପତ୍ତି।

0 301

କୋଭିଡ ସଂକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲା ଚତୁର୍ଥ ଦିନରେ ଲଗାତାର ଭାବେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଖୋର୍ଦ୍ଧା ଦୂତୀୟ ସ୍ଥାନରେ ରହିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲା ରେ ୨୨୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୭୩ ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ରେ ୯୩ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଗତ ୨୪ ଘଣ୍ଟାରେ ୧୦୨୯ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରୁ ସ୍ୱାଧୀନତା ଦିବସ ପାଳନ କୋଭିଡ କଟକଣା ମଧ୍ୟରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ବାବଦରେ ଶନିବାର ଦିନ ଏକ ବୈଠକ ରାଉରକେଲା ରେ ଏଡିଏମ୍ ଡକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସୀମିତ ଅତିଥିଙ୍କୁ ନେଇ ସ୍ୱାଧୀନତା ଦିବସ ପାଳନ କରିବାକୁ ଉକ୍ତ ବୈଠକ ରେ ନିଷ୍ପତ୍ତି ନିଆଯାଇଛି। ଲୋକମାନେ ମାସ୍କ ପିନ୍ଧିବାକୁ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.