ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ରାଉରକେଲା ଗସ୍ତରେ ଆସି ଅତ୍ୟାଧୁନିକ ପରିମଳ ପରିଚାଳନା କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି। ସେ ରାଉରକେଲା ସହରରେ ମେସିନ ସାହାଯ୍ୟରେ ଚାଲିଥିବା ରାସ୍ତା ଏବଂ ପରିମଳ ସଫେଇ ଆଦି କାର୍ଯ୍ୟ ବୁଲି ଦେଖିଥିଲେ।
ଏହାସହ ୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲା ସହରରେ ପରିମଳ ପରିଚାଳନା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।ଏହି ଗସ୍ତ ବେଳେ ରାଉରକେଲା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।