ବିଧାୟକ ଙ୍କ ଗାଡି ଡିକିରୁ ବିପୁଳ ପରିମାଣର ଟଙ୍କା ଜବତ।। ତିନି ବିଧାୟକଙ୍କୁ ଅଟକ ରଖି ପୁଲିସର ତଦନ୍ତ ଜାରି।

0 938

ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ଥଣ୍ଡା ନପଡୁଣୁ ଏବେ ପୁଣି କଂଗ୍ରେସ ବିଧାୟକଙ୍କ କାର୍‌ରୁ ମିଳିଛି ବିପୁଳ ପରିମାଣର ଟଙ୍କା।ଏହି ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ହାଉଡା ଜିଲ୍ଲା ପୁଲିସ ହାତରେ ଧରାପଡିଛନ୍ତି ଝାରଖଣ୍ଡର ୩ କଂଗ୍ରେସ ବିଧାୟକ। ହାୱଡା ଜିଲ୍ଲାରେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ଟୟୋଟା ପର୍ଚୁନର୍‌ କାର୍‌ରୁ ବିଡା ବିଡା ଟଙ୍କା ଜବତ କରି ପଚରାଉଚରା କରୁଛି। ଜମତରା ବିଧାୟକଙ୍କ ସହ ଅନ୍ୟ ଦୁଇ ବିଧାୟକ ଏହି ଗାଡ଼ିରେ ଥିଲେ।

ହାୱାଡା ସିଟି ପୁଲିସ ମୁତାବକ, ଇର୍‌ଫାନ ଆନସାରୀ, ରାଜେଶ କଚ୍ଛପ, ନମନ ଭିକ୍ସେଲ କୋଙ୍ଗାରୀ ଏହି ତିନି ଜଣ ହେଉଛି ଝାରଖଣ୍ଡର କଂଗ୍ରେସ ବିଧାୟକ। ଏମାନେ ଶନିବାର ରାତିରେ ଜମତାରା ଅଞ୍ଚଳରୁ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଯାଉଥିଲେ। ଏତିକି ବେଳେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ଗାଡି ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ଡିକିରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି। କେତେ ଟଙ୍କା ଜବତ ହୋଇଛି ତାର ସମ୍ପୂର୍ଣ୍ଣ ବିବରଣୀ ମିଳି ପାରିନଥିବା ବେଳେ ଏତେ ଟଙ୍କା ନେଇ ବିଧାୟକ ମାନେ କୁଆଡେ ଯାଉଥିଲେ ତାର ସଠିକ ଉତ୍ତର ଦେଇ ପାରିନଥିଲେ। ପୁଲିସ ଏବେ ବିଧାୟକ ମନଙ୍କୁ ଏ ବାବଦରେ ପଚରା ଉଚୁରା କରୁଛି।

Leave A Reply

Your email address will not be published.