ଦେଶର କେତେକ ଅଞ୍ଚଳରେ ମଙ୍କିପକ୍ସ ବ୍ଯାପିବା ପରିପ୍ରେକ୍ଷୀରେ ରାଜ୍ୟରେ ପ୍ରତିଷେଧକ ମୂଳକ ପଦକ୍ଷେପ ନେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଅଧିକାରୀ ଓ ବିଶେଷଜ୍ଞଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୀଘ୍ର ଭୁବନେଶ୍ବର ଆରଏମଆରସିରେ ନମୂନା ପରୀକ୍ଷଣ ଆରମ୍ଭ ହେବ।
ଏସ୍ସିବି ମେଡିକାଲ କଲେଜରେ ବିଶେଷଜ୍ଞ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରୁ ମେଡିସିନ୍, ପେଡିଆଟ୍ରିକ୍, ସ୍କ୍ରିନ୍ ଆଣ୍ଡ୍ ଭିଡି ଡକ୍ଟର ଏବଂ ଏଡସ୍ କଣ୍ଟ୍ରୋଲ ସୋସାଇଟି ଅଧିନସ୍ଥ ସମସ୍ତ ଜିଲ୍ଲାସ୍ତରର ଅଧିକାରୀଙ୍କୁ ମଙ୍କିପକ୍ସ ସମ୍ବନ୍ଧୀତ ତାଲିମ ପ୍ରଦାନ କରାଯିବ।