ଚତୁର୍ଥ ଲହରରରେ ସୁନ୍ଦରଗଡ଼ ଜିଲ୍ଲା କୋଭିଡ ସଂକ୍ରମଣର ହଟସ୍ପଟ।। ୨୪ ଘଣ୍ଟାରେ ୨୫୯ ଆକ୍ରାନ୍ତ ଚିହ୍ନଟ।। ଲଗାତାର ତୃତୀୟ ଦିନ ରାଜ୍ୟରେ ପ୍ରଥମ।
ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ଆଜି ହଜାର ତଳ କୁ ଆସିଛି। ବେଶ କିଛିଦିନ ଧରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଉପରେ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ୯୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ ସଂକ୍ରମଣ ଆଜି ୨୯ ଜିଲ୍ଲାକୁ ଛୁଇଁଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଖୋର୍ଦ୍ଧା ଜିଲ୍ଲାକୁ ପଛରେ ପକାଇଛି। ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯ ଥିବା ବେଳେ ଖୋର୍ଦ୍ଧାରେ ୧୫୦ ରହିଛି। ଲଗାତାର ତିନିଦିନ ଧରି ସୁନ୍ଦରଗଡ ଜିଲ୍ଲା ରାଜ୍ୟରେ ୧ ନମ୍ବରରେ ରହିଛି। ପଶ୍ଚିମ ଓଡିଶା ର ସମ୍ବଲପୁର ରେ ୭୧ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡ ଚତୁର୍ଥ ଲହରରେ ଖୋର୍ଦ୍ଧା ପରେ ସୁନ୍ଦରଗଡ ପାଲିଟିଛି ହଟସ୍ପଟ। ଜିଲ୍ଲାକୁ ଲାଗି ପଡୋଶୀ ରାଜ୍ୟରେ କୋଭିଡ ସଂକ୍ରମଣ ବଢିଥିବାରୁ ଏଠାରେ ସଂକ୍ରମଣ ବୃଦ୍ଧି ପାଉଥିବା କୁହା ଯାଉଛି। କୋଭିଡ ର ମୁକାବିଲା ଲାଗି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ତେବେ ଜନ ସାଧାରଣ ସଚେତନ ଏବଂ ସତର୍କ ରହିଲେ କୋଭିଡ ସଂକ୍ରମଣ ବୃଦ୍ଧି କୁ ଅଟକାଇ ହେବ। ବହାରକୁ ବାହାରିଲେ ମାସ୍କ ପିନ୍ଧି ବାହାରିବାକୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।