ହକି ବିଶ୍ୱକପ ପୂର୍ବରୁ ଧୀରେ ଧୀରେ ସଜେଇ ହେଉଛି ରାଉରକେଲା।। ରାସ୍ତା ଏବଂ ପାର୍କର ସୌନ୍ଦର୍ଯ୍ୟକରଣ ବେଶ ମନଲୋଭା ହୋଇଛି।

0 575

ରାଉରକେଲା ଇସ୍ପାତ ସହରର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଏବେ ଜାରି ରହିଛି। ରାସ୍ତାପର୍ଶ୍ଵ , ପାର୍କ , ପାର୍କିଙ୍ଗ ସ୍ଥାନ ଆଦିର ଉନ୍ନତି କରଣ କରାଯାଉଛି। ଏହି ସମସ୍ତ କାମ ସ୍ମାର୍ଟ ସିଟି ପ୍ରକଳ୍ପ ଜରିଆରେ ହେଉଛି। ଏବେ ଇସ୍ପାତ କାରଖାନା ପ୍ରଶାସନିକ ଭବନ ସମ୍ମୁଖ ରିଙ୍ଗରୋଡ଼ କଡ଼ରେ ଚାଲିଛି ସୌନ୍ଦର୍ଯ୍ୟକରଣ।
ରିଙ୍ଗରୋଡ଼ ଏବଂ ମହତାବ ରୋଡ ମଝିରେ ଥିବା ଖାଲି ସ୍ଥାନରେ ଚାଲିଛି ଏକ ପାର୍କ ର ନିର୍ମାଣ। ଏହି ସ୍ଥାନ ପୂର୍ବରୁ ଅପରିଷ୍କାର ଅବସ୍ଥାରେ ପଡି ରହିଥିଲା। ସ୍ମାର୍ଟ ସିଟି ପ୍ରକଳ୍ପ ଜରିଆରେ ଏଠାରେ ଏକ ବଡ଼ ଉଦ୍ୟାନ କରାଯାଉଛି। ପାର୍କ ମଧ୍ୟରେ ସୁନ୍ଦର ଏକ ପୁଷ୍କରିଣୀ ମଧ୍ୟ ହୋଇ ସାରିଲାଣି। ପୂର୍ବରୁ ଏହି ସ୍ଥାନରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଦୁଇଟି ପୋଖରୀ ଖୋଳା ଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଦୁଇଟି ପୋତି ହୋଇଯାଇଥିଲା। ଏବେ ନୂତନ ଭାବେ ଖୋଳା ଯାଇଥିବା ପୋଖରୀ ବେଶ ସୁନ୍ଦର ହୋଇଛି। ପୋଖରୀ କଡେକଡେ ସୂର୍ଯ୍ୟ ନମସ୍କାର ର ସମ୍ପୂର୍ଣ୍ଣ ପ୍ରତିବିମ୍ବ ପ୍ରଦର୍ଶନ କରାଯାଇଛି। ଲୋକମାନେ ଚାଲିବା ଲାଗି ୱାକିଂ ପାଥ ମଧ୍ୟ କରାଯାଇଛି। ପାର୍କ ମଧ୍ୟରେ ବିଭିନ୍ନ ପ୍ରକାର ଫୁଲ , ଫଳ ଗଛ ଲଗାଯିବା ସହ ପିଲାମାନଙ୍କ ଖେଳିବା ଲାଗି ସରଞ୍ଜାମ ମଧ୍ୟ ଲଗାଯାଉଛି। ହକି ବିଶ୍ୱ କପ ୨୦୨୩ ଆରମ୍ଭ ହେବା ପୂର୍ବରୁ ଏହି ପାର୍କ ର କାମ ସାରିବାକୁ ଏବେ ଜୋରସୋର ରେ କାମ ଚାଲିଛି। ପାର୍କ କାମ ଚାଲିବା ସହ ପାଚେରୀରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଚିତ୍ର ମଧ୍ୟ କରାଯାଇଛି। ରିଙ୍ଗରୋଡ଼ କଡରେ କରାଯାଇଥିବା ହକି ଷ୍ଟିକ ଏବଂ ବଲ ର ଆକର୍ଷଣୀୟ ପ୍ରତିବିମ୍ବ ବେଶ ସୁନ୍ଦର ହୋଇଛି। ଧୀରେ ଧୀରେ ଷ୍ଟିଲ ସିଟି ରେ ସ୍ମାର୍ଟସିଟି ର କାର୍ଯ୍ୟଧାରା ଆଗେଇ ଚାଲିଛି।

Leave A Reply

Your email address will not be published.