ରାଉରକେଲା : ପେଟ୍ରୋଲ ଢାଳି ବନ କର୍ମଚାରୀଙ୍କୁ ଜାଳି ଦେଲେ ଦୁର୍ବୃତ୍ତ।। ଗୁରୁତର ଅବସ୍ଥାରେ ଆଇ ଜି ଏଚ୍ ରେ ଭର୍ତ୍ତି।

0 76

ଯୁବକକୁ ଜାଳି ଦେଲେ ମୁଖା ପିନ୍ଧା ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି।
ବଣାଇ :୮/୮(ସତ୍ୟାନ୍ୟୁଜ) ଏବେ ବର୍ବରତା ର ଚରମ ସୀମାରେ ପହଞ୍ଚିଛି ଅପରାଧ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳରେ ଜଣେ ଯୁବକ ଙ୍କୁ କେତେକ ଦୁର୍ବୃତ୍ତ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ରାଉରକେଲା ଆଇ ଜି ଏଚ୍ ରେ ଭର୍ତ୍ତି କରା ଯାଉଛି। ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରହିଛି। ଆହତ ଯୁବକ କାହ୍ନୁ ଚରଣ ମହାନ୍ତ ବୋଲି ଜଣା ପଡ଼ିଥିବା ବେଳେ ସେ ବନ ବିଭାଗରେ ଗଜ ସାଥୀ ଭାବେ କାମ କରୁଥିଲେ।

ଏହି ବର୍ବର କାଣ୍ଡ ଘଟିଛି ଗଣିଘସା ଗ୍ରାମରେ। ଗାଁ ର ଜଣେ ଯୁବକ ପାଖ ବସ ଷ୍ଟାଣ୍ଡ କୁ ଚାଲିଚାଲି ଆସୁ ଥିବା ବେଳେ ଦୁଇ ଜଣ ଯୁବକ ପଛରୁ ବାଇକ୍ ରେ ଆସି ଉକ୍ତ ଯୁବକ ଉପରେ ପେଟ୍ରୋଲ ଢାଳି ଦ ନିଆଁ ଲଗାଇ ଦେଇ ଥିବା ସୂଚନା ମିଳିଛି। ଯୁବକ ଜଣକ ନିଆଁ ରେ ଜଳୁ ଥିବା ବେଳେ ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ମାନେ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ଲହୁଣୀପଡା ଡାକ୍ତରଖାନା ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯୁବକଙ୍କୁ ରାଉରକେଲା ଇସ୍ପାତ୍ ଜେନେରାଲ ହସ୍ପିଟାଲ୍ ବର୍ନ ସେଣ୍ଟର୍ ରେ ଭର୍ତ୍ତି କରା ଯାଇଛି। କେଉଁମାନେ କାହଁକି ଏପରି ଜଘନ୍ୟ ଅପରାଧ ଘଟାଇଛନ୍ତି ପୋଲିସ ତଦନ୍ତ ପରେ ଜଣା ପଡିବ। ତେବେ ଆଜି ସକାଳେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶ ପ୍ରକାଶ ପାଇଛି।

Leave A Reply

Your email address will not be published.