ସେପ୍ଟେମ୍ବର ପହିଲାରୁ ରାଉରକେଲା ନବନିର୍ମିତ ହକି ଷ୍ଟାଡିଅମ ରେ ହେବ ଅଭ୍ୟାସ ମ୍ୟାଚ।। ରାଉରକେଲା କୁ ଫେରିବ ହକି ଉତ୍କର୍ଷ କେନ୍ଦ୍ର।

0 415

ହକି ବିଶ୍ୱ କପ ୨୦୨୩ ଆସନ୍ତା ବର୍ଷ ଓଡ଼ିଶାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ସହ ରାଉରକେଲା ରେ ମଧ୍ୟ ଏହି ବିଶ୍ୱ ଚମ୍ପିୟାନଶିପ ହେବ। ଏଥିଲାଗି ରାଉରକେଲା ରେ ଚାଲିଥିବା ଆନ୍ତର୍ଜାତୀୟ ସ୍ତରର ବିରସା ମୁଣ୍ଡା ହକି ଷ୍ଟାଡିଅମ ର କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇ ଆସିଲାଣି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ନବନିର୍ମିତ ପଡ଼ିଆରେ ଅଭ୍ୟାସ ମ୍ୟାଚ ଆରମ୍ଭ ହୋଇଯିବ। ରାଜ୍ୟ ସରକାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଥିବା ଜଣା ପଡ଼ିଛି। ରାଉରକେଲା ରୁ ୨୦୧୪ ରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ହକି ଉତ୍କର୍ଷ କେନ୍ଦ୍ର ପୁଣି ରାଉରକେଲା ଫେରି ଆସିବ। ସେପ୍ଟେମ୍ବର ପହିଲା ରୁ ଏହି କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ରାଉରକେଲା ରୁ ପରିଚାଳିତ ହେବ ବୋଲି ଜଣା ପଡ଼ିଛି। ହକି ଉତ୍କର୍ଷ କେନ୍ଦ୍ର ରାଉରକେଲା ଫେରିବା ଖବର ପାଇ
ଜିଲ୍ଳାବାସୀ ତଥା ଜିଲ୍ଲାର କ୍ରୀଡ଼ାବିତ ମାନଙ୍କ ମଧ୍ୟରେ ଖୁସି ଦେଖାଦେଇଛି।

Leave A Reply

Your email address will not be published.