ସୁନ୍ଦରଗଡ଼ ଜିଲ୍ଲା କ୍ୱାନ କି ଡୋ ମାର୍ଶାଲ ଆର୍ଟ ଚମ୍ପିୟାନଶିପ ଉଦ୍ ଯାପିତ। ୧୩୦ ପ୍ରତିଯୋଗୀ ଯୋଗଦେଲେ।

0 291

ବଣାଇ ସ୍ଥିତ ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ କ୍ୱାନ କି ଡୋ ଆସୋସିଏସନ୍ ଓଡ଼ିଶା ତତ୍ତବଧନାରେ ପ୍ରଥମ ସୁନ୍ଦରଗଡ଼ ଜିଲ୍ଲା କ୍ୱାନ କି ଡୋ ଚମ୍ପିଅନସିପ ଉଦଯାପିତ ହୋଇଯାଇଅଛି । ଏହି ଚମ୍ପିଆନସିପ ରେ ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନ ରୁ ୧୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଚାମ୍ପିଅନସିପ ରେ ସ୍ଵତନ୍ତ୍ର ଅତିଥି ଭାବେ ବଣାଇ ଏ ସି ଏଫ ସୁଶାନ୍ତ ଜେନା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ବଣାଇ ବ୍ଲକ୍ ଏଜୁକେଶନ ଅଫିସର୍ ସୁନିଲ ମୁଣ୍ଡୁ , ସମ୍ମାନିତ ଅତିଥି ଭାବେ ବଣାଇ ବାର ଆସୋସିଏସନ୍ ବରିଷ୍ଟ ଆଇନଜୀବୀ ଲିଙ୍ଗରାଜ ମିଶ୍ର, ସେଣ୍ଟ ଜାଭିୟର୍ସ ସ୍କୁଲର ମେନେଜିଂ ଡାଇରେକ୍ଟର ରାଜୁ ପୃସେଠ ଯୋଗ ଦେଇଥିଲେ। କ୍ୱାନ କି ଡୋ ଆସୋସିଏସନ୍ ର ରାଜ୍ୟ ସମ୍ପାଦକ ତଥା ରାଜ୍ୟ ମୁଖ୍ୟ ସଚିଦାନନ୍ଦ ବିଶ୍ବାଳ ଦ୍ବୀପ ପ୍ରଜ୍ବଳନ କରି ନିଜ ବ୍ୟକ୍ତବ୍ୟ ରଖିଥିଲେ। ଆଜିର ଏହି ସମାଜ ରେ ମlର୍ସlଲ ଆର୍ଟ ସମସ୍ତେ ଶିଖିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.