ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟ ୨୫୯।। ଲଗାତାର ଦୁଇଦିନ ହେଲା ସୁନ୍ଦରଗଡ ରାଜ୍ୟରେ ପ୍ରଥମ।। ରାଜ୍ୟରେ ୧୦୨୦ କୋଭିଡ ଆକ୍ରାନ୍ତ ଚିହ୍ନଟ।
ରାଜ୍ୟରେ ଆଜି ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଉପରେ ରହିଛି। ତେବେ ସୁନ୍ଦରଗଡ଼ ଜିଲ୍ଲା ଖୋର୍ଦ୍ଧା କୁ ପଛରେ ପକାଇ ଦୁଇଦିନ ହେଲା ଲଗାତାର ଭାବେ ଆଗରେ ଅଛି। ଆଜି ରାଜ୍ୟରେ ୧୦୨୦ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ୨୫୯ ଜଣ କୋଭିଡ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୫୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁର ରେ ୮୮ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ ସଂକ୍ରମଣ ରୋକିବାକୁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଭିନ୍ନ ଜନ ଗହଳି ପୂର୍ଣ୍ଣ ସ୍ଥାନରେ କୋଭିଡ ଟେଷ୍ଟ କରାଯାଉଥିବା ବେଳେ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ସମସ୍ତେ ମାସ୍କ ପରିଧାନ କରି ବାହାରକୁ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।