କାଚ ଖଣ୍ଡରେ ନିଜ ବେକ କାଟି ଯୁବକଙ୍କ ଆତ୍ମହତ୍ୟା।। ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳର ଘଟଣା।। ପୋଲିସ ତଦନ୍ତ ଜାରି।
ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଜଣେ ବିବାହିତ ଯୁବକ ନିଜ ବେକ କାଟି ଆତ୍ମହତ୍ୟା କରିବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ତିଲକାନଗର
ଫୁଲବାରି ବସ୍ତିର ଯୁବକ ସୁରନ ବିନ୍ଧାଣି ଏକ କାଚ ଖଣ୍ଡରେ ନିଜ ବେକ କାଟି ଆତ୍ମହତ୍ୟା କରିଛନ୍ତି l ସୁରନ ଙ୍କ ମାନସିକ ବିକୃତି ଥିବା କୁହାଯାଉଛି। ତାଙ୍କର ୫ ଟି ଝିଅ ଏବଂ ଗୋଟିଏ ପୁଅ ଅଛି । ରବିବାର ଦିନ ସୁରନ ବିନ୍ଧାଣି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲ ରେ ଭର୍ତ୍ତି କରାଯାଇ ଥିଲା। କାହାକୁ କିଛି ନକହି ଗତ କାଲି ସେ ହସପିଟାଲ ରୁ ପଳାଇ ଆସିଥିଲା। ହସପିଟାଲ ରୁ ପଳାଇ ଆସିବା ପରେ ସୁରନ କୌଣସି କାରଣରୁ ନିଜ ଭାଇ ଓ ମାମୁଁଙ୍କୁ ଛୁରୀରେ ଆକ୍ରମଣ କରିଥିଲା l ଭୟରେ ପରିବାର ଲୋକମାନେ ଘରେ କବାଟ ବନ୍ଦ କରି ରହିଥିଲେ। ଏହି ସମୟରେ ଘର ସମ୍ମୁଖରେ ସୁରନ ନିଜ ବେକକୁ ଏକ କାଚ ଖଣ୍ଡରେ କାଟି ଆତ୍ମହତ୍ୟା କରିଥିଲେ। ବାନ୍ଧମୁଣ୍ଡା ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି l ପ୍ରାଥମିକ ତଦନ୍ତରୁ ସୁରନଙ୍କ ସାମାନ୍ୟ ମାନସିକ ବିକୃତ ଥିବା ଜଣା ପଡ଼ିଛି। କିଛି ବର୍ଷ ପୂର୍ବରୁ ସେ ତାର ବଡ ଭାଇକୁ ମଧ୍ୟ ଛୁରୀ ମାଡ଼ କରି ଆହତ କରିଥିଲା । ବନ୍ଧମୁଣ୍ଡା ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ ଚଳାଇଛି।