ରାଉରକେଲା ୧୬ ନମ୍ବର ସେକ୍ଟର ର ଜଗନ୍ନାଥପାଲି ବସ୍ତିରେ ଜଣେ ଯୁବତୀଙ୍କ ଘର ସମ୍ମୁଖରେ ୧୫ ନମ୍ବର ସେକ୍ଟର ରହୁଥିବା ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି l ମୃତ ଯୁବକ ଜଣକ ହେଲେ ୧୫ ନମ୍ବର ସେକ୍ଟର ଏଚ ବ୍ଲକ ବସ୍ତିର ସୋନୁ ବଡ଼ାଇକ l ୧୫ ନମ୍ବର ସେକ୍ଟର ଥାନା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛନ୍ତି l ଅଭିଯୋଗ ଅନୁଯାୟୀ ଯୁବତୀଙ୍କ ପରିବାର ନିର୍ଯାତନା ସହି ନ ପାରି ସୋନୁ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି l ସୋନୁ ଏକ ସିକୁରିଟି ସଂସ୍ଥାରେ ସୁପରଭାଇଜର କାମ କରୁଥିଲେ l ସେ ସଂସ୍ଥାରେ ଜଣେ ଯୁବତୀ ମଧ୍ୟ କାମ କରୁଛନ୍ତି l ତାଙ୍କୁ ସହ ସୋନୁର ପ୍ରେମ ସମ୍ପର୍କ ଗଢି ଉଠିଥିବା କୁହାଯାଉଛି l ସୋନୁ ବିବାହ କରିଥିଲେ ମଧ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖି ଆସୁଥିଲେ l ପରେ ଯୁବତୀ ଜଣକ ପତ୍ନୀଙ୍କୁ ଛାଡି ତାଙ୍କୁ ବିବାହ କରିବାକୁ ଜିଦ ଧରିଥିଲେ l କଥା ନ ରଖିବାରୁ ଯୁବତୀଙ୍କ ପରିବାର ଲୋକ ସୋନୁକୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି l ସୋନୁ ଗୁରୁବାର ବିଳମ୍ବିତ ରାତିରେ ଯୁବତୀଙ୍କ ଘର ଆଗରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହା ଯାଉଛି । ଏ ବାବଦରେ ୧୫ ନମ୍ବର ସେକ୍ଟର ଥାନାରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ ହୋଇଛି। ପୋଲିସର ଅଧିକ ତଦନ୍ତ ଜାରି ରହିଛି।