ଚିକିତ୍ସାଧୀନ ଅବସ୍ଥାରେ ସଜା କାଟୁଥିବା ଜଣେ କଏଦୀଙ୍କ ମୃତ୍ୟୁ।। ମୃତକ ରାଉରକେଲା ସ୍ୱତନ୍ତ୍ର ଜେଲ ର କଏଦୀ ବିଶ୍ୱନାଥ ବଡାଇକ।

0 474

ରାଉରକେଲା ସ୍ୱତନ୍ତ୍ର ଜେଲ ର ଜଣେ ସଜା କାଟୁଥିବା କଏଦୀ ଙ୍କ ଚିକିତ୍ସା ଧୀନ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ମୃତ କଏଦୀ ୫୭ ବର୍ଷୀୟ ବିଶ୍ୱନାଥ ବଡାଇକ ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଅଞ୍ଚଳ ର। ଏକ ହତ୍ୟା ଉଦ୍ୟମ ମାମଲାରେ ସେ ଜେଲ ରେ ଥିଲେ। ବୁଧୁବାର ଦିନ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଆର ଜି ଏଚ ରେ ଭର୍ତ୍ତି କରାଯାଇ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇ ଯାଇଛି। ଏ ବାବଦରେ ରଘୁନାଥପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ ହୋଇଛି ।

Leave A Reply

Your email address will not be published.