ସୁନ୍ଦରଗଡ ର ଏକ ସ୍କୁଲର ୩ ଜଣ ଟମାଟୋ ଫ୍ଲୁ ରେ ଆକ୍ରାନ୍ତ ସନ୍ଦେହ।। ଟେଷ୍ଟ ଲାଗି ରକ୍ତ ନମୁନା ଭୁବନେଶ୍ୱର ପଠାଗଲା।। ୧୧ ଜଣଙ୍କ ରକ୍ତ ନମୁନା ସଂଗ୍ରହ।
ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍କୁଲରେ କେତେକ ଛାତ୍ରଙ୍କୁ ଜ୍ୱର ସହ ଅନ୍ୟ କେତେକ ଲକ୍ଷଣ ଦେଖାଗଲା ପରେ ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଛି। ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ କୁମାର ମିଶ୍ର ଙ୍କ ସୂଚନା ଅନୁଯାୟୀ ଜିଲ୍ଲାର ଏକ ସ୍କୁଲରେ ୩ ଜଣ ପିଲାଙ୍କୁ ଜ୍ୱର ହୋଇଥିଲା। ଜ୍ୱର ସହ ହାତରେ ଏବଂ ପାଟିରେ ଅନ୍ୟ କେତେକ ଲକ୍ଷଣ ଦେଖା ଯାଇଥିବାରୁ ଟମାଟୋ ଫ୍ଲୁ ସନ୍ଦେହ କରାଯାଉଛି। ତେବେ ୧୧ ଜଣ ପିଲାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ଆଇ ଏଲ ଏସ / ଆଇ ସି ଏମ୍ ଆର କୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ଟମାଟୋ ଫ୍ଲୁ କିମ୍ବା ଅନ୍ୟ ଜ୍ୱର ତା ଜଣା ପଡିବ। ତେବେ ଯେଉଁମାନେ ଟମାଟୋ ଫ୍ଲୁ ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ସେମାନଙ୍କୁ ଆଇସୋଲେସନ ରଖାଯାଇଛି। ରାପିଡି ରେସପନ୍ସ ଟିମ ନିୟମିତ ଭାବେ ଘରକୁ ଯାଇ ଅନୁଧ୍ୟାନ କରୁଛନ୍ତି। ତେବେ ଏହା ସହିତ
ମଙ୍କି ପକ୍ସ ଭାଇରସ ର କୌଣସି ସମ୍ପର୍କ ନାହିଁ ବୋଲି ସିଡିଏମ୍ଓ କହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏପର୍ଯ୍ୟନ୍ତ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇନାହିଁ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ କୁମାର ମିଶ୍ର କହିଛନ୍ତି। ତେବେ କେତେ ଜଣ ସାମ୍ବାଦିକ ମଙ୍କି ପକ୍ସ ବାବଦରେ ଫୋନ କରିଥିବାରୁ ସେ ଏହାର ସ୍ପଷ୍ଟୀକରଣ ରଖିଛନ୍ତି।