ଖଣ୍ଡାଧାର ଖଣି ନିକଟରେ ବିଭିନ୍ନ ଶ୍ରମିକ ସଂଗଠନ , ଟ୍ରାନ୍ସପୋର୍ଟର ସଙ୍ଘ ପକ୍ଷରୁ ଧାରଣା।। ଜୁନ ମାସରେ ହୋଇଥିବା ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ଦାବି।
ଓଡିଶା ଖଣି ନିଗମ ଦ୍ୱାରା ପରିଚାଳିତ ଖଣ୍ଡାଧାର ଖଣି ନିକଟରେ ଧାରଣା ଦେଇଛନ୍ତି ଶ୍ରମିକ , ଟ୍ରାନ୍ସପୋର୍ଟର ଏବଂ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା ମାନେ। ଧାରଣା ଦେବା ଚାରି ଦିନ ହୋଇ ଗଲାଣି , କିନ୍ତୁ ସମସ୍ୟାର ସମାଧାନ ହୋଇ ପାରିନାହିଁ।
ଓ ଏମ୍ ସି ଠାରୁ ଲିଜ ନେଇଥିବା କମ୍ପାନୀର ମନୋମୁଖୀ କାରବାର ବିରୁଦ୍ଧରେ ଏହି ଧାରଣା ଦିଆଯାଉଛି। ଜୁନ ମାସରେ ହୋଇଥିବା ଚୁକ୍ତିନାମା ର ଖିଲାପ କରିଥିବା ଅଭିଯୋଗ ହୋଇଛି। ଏହି ଧାରଣାରେ କୋଇଡା , ଟେନ୍ସ। , ଲହୁଣୀପଡା ଅଞ୍ଚଳର ଟ୍ରାନ୍ସପୋର୍ଟର ଏବଂ ଶ୍ରମିକ ମାନେ ସାମିଲ ହୋଇଛନ୍ତି। ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା , ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ ପ୍ରମୁଖ ଏହି ଧାରଣାରେ ଯୋଗ ଦେଇ ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି।