ରାଉରକେଲା : ନିର୍ଦ୍ଦୟ ମାତୃତ୍ୱ।। ନବଜାତ ଶିଶୁପୁତ୍ର କୁ ଫପାଡ଼ି ଦେଇ ଚାଲିଗଲେ।। ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତ୍ତି କଲେ।

0 69

ରାଉରକେଲା:୮/୮
(ସତ୍ୟାନ୍ୟୁଜ) ଯାହାକୁ ଭଗବାନ ରକ୍ଷା କରିବେ , ତାର କେହି କୌଣସି କ୍ଷତି କରି ପାରିବେ ନାହିଁ। ଏହା ଦେଖିବାକୁ ମିଳିଛି ରାଉରକେଲା ଉଦିତ ନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ରେ। କେହି ଜଣେ ନବଜାତ ଶିଶୁ ପୁତ୍ରକୁ ଏକ ଡ୍ରେନ୍ କଡ଼ରେ ନିର୍ଦ୍ଦୟ ଭାବେ ଫପାଡ଼ି ଦେଇ ଚାଲି ଯାଇଥିଲା। ଆଜି ସକାଳେ ସ୍ଥାନୀୟ ଲୋକମାନେ ଶିଶୁ ପୁତ୍ରକୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ର ୧୧୨ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନବଜାତ ଶିଶୁ କୁ ରାଉରକେଲା ସରକାରୀ ହସ୍ପିଟାଲ୍ ର mother and child care ରେ ଭର୍ତ୍ତି କରିଛନ୍ତି। ପ୍ରବଳ ବର୍ଷା ସ୍ୱତ୍ତେ ଶିଶୁ ଟି ବଞ୍ଚି ରହିଥିବାରୁ ଲୋକେ କହୁଛନ୍ତି ” ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ” ।

Leave A Reply

Your email address will not be published.