ଶିକ୍ଷୟତ୍ରୀଙ୍କୁ ନିଶାମିଶା ରୁମାଲ
ଶୁଙ୍ଘାଇ ଦୃବୃତ୍ତ ଙ୍କ ଗହଣା ସହ ଟଙ୍କା ଲୁଟ।। ଉଦିତନଗର ପୋଲିସର ତଦନ୍ତ ଜାରି।

0 754

ରାଉରକେଲାରେ ଘଟିଯାଇଥିବା ଏକ ଅଭିନବ ଲୁଟ୍ ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି। ଏଭଳି ଏକ ଘଟଣା ଉଦିତନଗର ଥାନା ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟ ରାସ୍ତାରେ ଘଟିଛି। ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଲଭା ନାୟକଙ୍କୁ ନିଶାଯୁକ୍ତ ରୁମାଲ ଶୁଙ୍ଘାଇ ଲୁଟେରା ମାନେ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୫ ତାରିଖ ସୋମବାର ସକାଳ ସମୟରେ ଶ୍ରମତୀ ନାୟକ ଚାଲି ଚାଲି ବିଦ୍ୟାଳୟକୁ ଆସୁଥିଲେ। ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଡାକିଥିଲେ। ମନ୍ଦିରା ଡ୍ୟାମ ରାସ୍ତା କୁଆଡେ ଅଛି ବୋଲି ପଚାରିବା ସହ ମୁଣ୍ଡରେ କଣ ପାଇଁ ଓଢଣୀ ଦେଇନ ବୋଲି ପଚାରି ଥିଲେ। ଶିକ୍ଷୟିତ୍ରୀ କିଛି ଉତ୍ତର ଦେବା ପୂର୍ବରୁ ଜଣେ ଦୁର୍ବୃତ୍ତ ତାଙ୍କ ସମ୍ମୁଖରେ ଛିଡା ହୋଇ ଏକ ରୁମାଲ ବାହାର କରି ତାଙ୍କ ଆଖି ଆଗରେ ଝାଡି ଦେଇଥିଲେ। କୌଣସି ନିଶା ଔଷଧର ପ୍ରଭାବରେ ଶିକ୍ଷୟିତ୍ରୀ ଜଣଙ୍କ କିଛି ସମୟ ପାଇଁ ନିସ୍ତେଜ ହୋଇ ପଡ଼ିଥିଲେ। ଶିକ୍ଷୟିତ୍ରୀଙ୍କୁ ରାସ୍ତା କଡ ଫୁଟପାଥରେ ବସାଇ ଦୁର୍ବତ୍ତ ଦ୍ବୟ ତାଙ୍କର ସୁନା ମଙ୍ଗଳସୂତ୍ର, ସୁନା ମୁଦି ଓ ତାଙ୍କ ଭ୍ଯାନିଟି ବ୍ୟାଗରେ ଥିବା ନଗଦ ୪୦୦ ଟଙ୍କା ଲୁଟି ଫେରାର ହୋଇ ଯାଇଥିଲେ। ଏ ବାବଦରେ ଶିକ୍ଷୟତ୍ରୀ ଜଣକ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ମାତ୍ର ଏହି ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ କାହାରିକୁ ଧରିବାରେ ସକ୍ଷମ ହୋଇନାହିଁ।

Leave A Reply

Your email address will not be published.