ରାଉରକେଲା ଅବକାରୀ ବିଭାଗର ଚଢ଼ାଉ।। ବିପୁଳ ପରିମାଣର ଡୁପ୍ଲିକେଟ ବିଦେଶୀ ମଦ ଜବତ।। ୨ ମଦ ମାଫିଆ ଗିରଫ।

0 422

ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ତାରିଣୀ ଢାବା ରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଡୁପ୍ଲିକେଟ ବିଦେଶୀ ମଦ ଜବତ କରାଯାଇଛି। ଏହି ମଦ ଝାରଖଣ୍ଡ ରୁ ଅଣାଯାଇ ରାଉରକେଲାର ବିଭିନ୍ନ ଢାବା କୁ ସପ୍ଲାଇ କରାଯାଉଥିଲା ମଦ ମାଫିଆ ଗଙ୍ଗା ସାହୁ ଏହି ମଦ କାରବାର ନିୟମିତ ଭାବେ କରୁଥିବା ଅବକାରୀ ବିଭାଗ ଅଧିକାରୀ କହିଛନ୍ତି। ବେଆଇନ ମଦ ରଖିବା ଏବଂ ବ୍ୟବସାୟ କରୁଥିବା ଅଭିଯୋଗରେ ମଦ ମାଫିଆ ଗଙ୍ଗା ସାହୁ ଏବଂ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି। ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଥିବା ଢାବା ଗୁଡିକରେ ଝାରଖଣ୍ଡ ରୁ ଆସୁଥିବା ଏହି ଡୁପ୍ଲିକେଟ ମଦ ବିକ୍ରି କରାଯାଉଥିଲା। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.