ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ପୁଣି ବୃଦ୍ଧି।। ସୁନ୍ଦରଗଡ ରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୬୧ .

0 353

ରାଜ୍ୟରେ ଆଜି ପୁଣି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି। ଗତକାଲି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ତଳେ ଥିବା ବେଳେ ଆଜି ୧୧୭୪ ରେ ପହଞ୍ଚିଛି। ସେହିପରି ଖୋର୍ଦ୍ଧାରେ ମଧ୍ୟ ୩୧୬ ଜଣ କୋଭିଡ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଚିନ୍ତାଜନକ ସ୍ଥିତିରେ ଅଛି। ଗତ ଏକ ସପ୍ତାହ ହେଲା ଜିଲ୍ଲାରେ ୧୦୦ ରୁ ଉପରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ୨୬୧ ଜଣ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସର୍ବସାଧାରଣ ସ୍ଥାନ ବସଷ୍ଟାଣ୍ଡ , ମାର୍କେଟ କମ୍ପ୍ଲେକ୍ସ ଆଦି ସ୍ଥାନରେ କୋଭିଡ ଟେଷ୍ଟ ମଧ୍ୟ କରାଯାଉଛି। ଟୀକା କରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। କୋଭିଡ ବାବଦରେ ଲୋକଙ୍କୁ ସଚେତନ କରାଇବା ଲାଗି ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଉଛି। ଏସବୁ ସ୍ଵତ୍ତ୍ୱେ ମଧ୍ୟ ବହୁ ଲୋକ ମାସ୍କ ନପିନ୍ଧିବା ଦେଖାଯାଉଛି।

Leave A Reply

Your email address will not be published.