ରାଉରକେଲାର ପୂର୍ବତନ ପୋଲିସ ଅଧିକାରୀ ୩୩ ଲକ୍ଷ ଟଙ୍କା ଠକେଇର ଶିକାର।। ଘର ଦେବାକୁ କହି ଠକିଥିବା ତଥାକଥିତ ସମାଜସେବୀ ଗିରଫ।

0 750

ଘର ଯୋଗାଇ ଦେବାକୁ କହି ଠକିଥିଲେ ୩୩ ଲକ୍ଷ ଟଙ୍କା। ତା ପୁଣି ଜଣେ ଅବସର ପ୍ରାପ୍ତ ପୋଲିସ ଅଧିକାରୀଙ୍କ ଠାରୁ। ଉକ୍ତ ଅଭିଯୁକ୍ତ ତଥାକଥିତ ସମାଜସେବୀ ଙ୍କୁ ଗିରଫ କରିଛି ବନ୍ଧମୁଣ୍ଡା ପୋଲିସ। ଗିରଫ ଶଶଧର ପଣ୍ଡା ନିଜକୁ ଜଣେ ସମାଜସେବୀ ଏବଂ ଶିକ୍ଷା ଅଧିକାରୀର ପରିଚୟ ଦେଉଥିଲେ। ବନ୍ଧମୁଣ୍ଡା ଥାନାରୁ ଅବସର ଗ୍ରହଣ କରିଥିବା ପୋଲିସ ଅଧିକାରୀ କିରଣ କୁମାର ନାୟକ ଙ୍କୁ ଜଗଦା ଅଞ୍ଚଳ ରେ ଘର ଯୋଗାଇ ଦେବାକୁ କହି ୩୩ ଲକ୍ଷ ଟଙ୍କା ନେଇଥିଲେ। ଘର ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଜାଲ କାଗଜପତ୍ର ଦେଖାଇଥିଲେ। ପରେ ସେ କିରଣଙ୍କୁ ଘର ଦେଉନଥିଲେ କି ଟଙ୍କା ଫେରାଇ ନଥିଲେ। ଘର କାଗଜପତ୍ର ଜାଲ ବୋଲି ପୋଲିସ ଅଧିକାରୀ ଜାଣିବା ପରେ ବନ୍ଧମୁଣ୍ଡା ଥାନାରେ ଶଶଧରଙ୍କ ନାମରେ ଏତେଲା ଦେଇଥିଲେ। ପୋଲିସ ଆଜି ଅଭିଯୁକ୍ତ ଶଶଧରଙ୍କୁ ବିଭିନ୍ନ ଠକେଇ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି ବୋଲି ବନ୍ଧମୁଣ୍ଡା ଥାନା ଇନ୍ସପେକ୍ଟର ବୁଲୁ ସ୍ୱାଇଁ କହିଛନ୍ତି।

Leave A Reply

Your email address will not be published.