ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ।। ଏକଲବ୍ୟ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ପକାଇଲେ ଗେଟ ରେ ତାଲା।

0 427

ପ୍ରଧାନ ଶିକ୍ଷକଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ସ୍କୁଲ ରେ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରିବା , ଶାରୀରିକ ପୀଡା ଦେବା , ଆଣ୍ଠେଇ ଦେବା ଆଦି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ମାନେ। ଏହାଛଡା ନିମ୍ନ ମାନର ଖାଦ୍ୟ ଦେବା ମଧ୍ୟ ଅଭଯୋଗ ହୋଇଛି। ଏହି ଘଟଣା ହେଉଛି ସୁନ୍ଦରଗଡ ଜିଲ୍ଲାର କୁଆରମୁଣ୍ଡା ବ୍ଲକର। ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣି ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଗେଟ ରେ ତାଲା ପକାଇ ଦେଇଛନ୍ତି। ସ୍ଥାନୀୟ ତହସିଲଦାର ସ୍କୁଲ ପରିସରରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରୁଛନ୍ତି।

Leave A Reply

Your email address will not be published.