ନାବଳିକାକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ସାନ ସରସରା ଗ୍ରାମର ଦୁର୍ଯ୍ୟୋଧନ ଭଇଁଶା। ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅଞ୍ଚଳରୁ ନିଖୋଜ ନାବଳିକାର ମୃତ ଶରୀର ଜୁଲାଇ ୨୧ ତରଖରେ ମିଳିଥିଲା। ଏହି ଘଟଣାର ଆଜି ପର୍ଦାଫସ କରିଛି ପୋଲିସ। ଉକ୍ତ ନବଳିକାକୁ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ତଣ୍ଟି ଚିପି ହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି। ଉକ୍ତ ନାବାଳିକା ୨୦ ତାରିଖ ଦିନ ପାଣି ଆଣିବାକୁ ଯାଇଥିଲେ। ନାବାଳିକାଙ୍କୁ ଏକୁଟିଆ ପାଇ ଦୁର୍ଯ୍ୟୋଧନ ଦୁଷ୍କର୍ମ ଉଦ୍ୟମ କରିଥିଲା। ମାତ୍ର ଏଥିରେ ବିଫଳ ହେବାରୁ କଥା ପ୍ରଘଟ ହୋଇଯିବ ଆଶଙ୍କା ରେ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା କରିବା ପରେ ଶବକୁ ସାନଝରଣ ଗ୍ରାମ ରାସ୍ତା କଡରେ ଫୋପାଡ଼ି ଦେଇଥିଲା। ଏହି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ କରି ପୋଲିସ ଦୁର୍ଯ୍ୟୋଧନ କୁ ଗିରଫ କରିଛି। ସୋମବାର ଦିନ ଅଭିଯୁକ୍ତକୁ ସୁନ୍ଦରଗଡ଼ କୋର୍ଟ ଚାଲାଣ କରାଯାଇଛି।