କୋଭିଡ କଟକଣା କୁ କଡ଼ାକଡ଼ି କଲା ଓଡିଶା ପୋଲିସ ୨୪ ଘଣ୍ଟାରେ ୨୬ ଲକ୍ଷ ଜରିମାନା , ୧୭ ଗିରଫ , ୭୭୩ ଗାଡି ଜବତ ।

0 1,232

ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଓଡିଶା ପୋଲିସ ଏବେ କୋଭିଡ କଟକଣା କୁ କଡ଼ାକଡ଼ି କରିଛି । ଗତ ଚବିଶ ଘଣ୍ଟା ମଧ୍ୟରେ କୋଭିଡ କଟକଣା ଖିଲାପକାରୀଙ୍କ ଠାରୁ ପାଖା ପାଖି ୨୬ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୧୭ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ୭୭୩ ଟି ଗାଡି ମଧ୍ୟ ଜବତ କରାଯାଇଛି । କୋଭିଡ ସଂକ୍ରମଣର ବିପଦ ଏପର୍ଯ୍ୟନ୍ତ ଯାଇ ନଥିବାରୁ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଓଡିଶା ରାଜ୍ୟ ପୋଲିସ ପକ୍ଷରୁ ଜନ ସାଧରଣଙ୍କୁ ନିବେଦନ କରାଯାଇଛି ।

Leave A Reply

Your email address will not be published.