ଟ୍ରେନ ଡ୍ରାଇଭର ଏବଂ ଗାର୍ଡ ଙ୍କ ଅବହେଳା ଯୋଗୁଁ ଆଜି ଏକ ବଡ଼ ଦୁର୍ଘଟଣା ହଉ ହଉ ଟଳି ଗଲା। ବନ୍ଧମୁଣ୍ଡା ରେଳବାଇ କେରେଜ ଭିତରେ ମାଲ ଖାଲି କରି ଛିଡା ହେଇଥିବା ଏକ ଟ୍ରକ କୁ ସିଧା ଆସି ଏକ ମାଲ ବାହି ଟ୍ରେନ ପିଟିଥିଲା। ସୌଭାଗ୍ୟ ବଶତଃ ଟ୍ରକ ଭିତରେ ଥିବା ଡ୍ରାଇଭର ଏବଂ ପାଖରେ ଛିଡା ହେଇଥିବା ରେଳବାଇ କର୍ମଚାରୀ ଦୌଡ଼ି ପଳେଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ସ୍ଥଳରେ ରେଳବାଇ ର ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି। କେଉଁ ପରିପ୍ରେକ୍ଷୀରେ ଏବଂ କାହାର ଦାଇତ୍ୱ ହୀନତା ଯୋଗୁ ଏପରି ଦୁର୍ଘଟଣା ଘଟିଲା ତାର ତଦନ୍ତ ଚାଲିଛି ।