ବାଙ୍ଗାଲୁର ଧରଓ୍ବାଡ ଅଞ୍ଚଳର ଅନୀତା ରାଜ ନାମ୍ନୀ ଜଣେ ଯୁବତୀଙ୍କୁ ଆର ପି ଏଫ କନେଷ୍ଟବଳ ମାଡ଼ ମାରି ମୁଣ୍ଡ ଫଟେଇ ଦେଇଥିବା ଅଭିଯୋଗ ହୋଇଛି । ଏ ବାବଦରେ ରାଉରକେଲା ରେଳବାଇ ଥାନାରେ ଯୁବତୀଙ୍କ ଏତେଲା କ୍ରମେ ଆର ପି ଏଫ ଯବାନ ଙ୍କ ନାମରେ ଏକ ମାମଲା ଦାୟର ହୋଇଛି । ସୂଚନା ଅନୁଯାୟୀ ଅନିତା ରାଜ୍ ମହାରାଷ୍ଟ୍ର ର ଗୁନ୍ଦୀଆ ଷ୍ଟେସନ ରୁ ଟ୍ରେନ ରେ କୋଲକାତା ଯାଉଥିଲେ । ସେ ଜଣେ ସଫ୍ଟୱେର ଇଞ୍ଜିନିଅର ବୋଲି କହିଛନ୍ତି । ପାଖରେ ପଇସା ନଥିବାରୁ ଫଳ ବିକି ବିନା ଟିକେଟ ରେ ହାଉଡା ଯାଉଥିଲେ । ପାନପୋଷ ଷ୍ଟେସନ ନିକଟରେ ଅଜିତ ନାଏକ ନାମକ ଜଣେ ଆର ପି ଏଫ କନେଷ୍ଟବଳ ତାଙ୍କୁ ଟିକେଟ ମାଗିଥିଲେ । ଅର୍ଥ ନଥିବାରୁ ଟିକେଟ ନାହିଁ ବୋଲି ଅନିତା କହିଥିଲେ । ଉକ୍ତ ଘଟଣା କୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଉତକ୍ଷିପ୍ତ ହୋଇ କନେଷ୍ଟବଳ ଅଜିତ ଅନିତା କୁଁ ଠେଲି ଦେଇଥିଲେ ଏବଂ ତାଙ୍କ ମୁଣ୍ଡ ଫାଟିଯାଇଥିଲା । ଏ ବାବଦରେ ରାଉରକେଲା ରେଳବାଇ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଅନୀତା ରାଜ ।
ଅଭିଯୋଗ ଉପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ରାଉରକେଲା ରେଳବାଇ ପୋଲିସ୍ । ଅଭିଯୁକ୍ତ ଅଜିତ ନାଏକ ଜାମସେଦପୁର ରେ ଆରପିଏଫ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଏବଂ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଵାଲାଗି ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଉରକେଲା ରେଳବାଇ ପୋଲିସ୍ ଥାନା ଅଧିକାରୀ।
ତେବେ ଟିକେଟ ନଥିବାରୁ ଅନିତାଙ୍କୁ ଟ୍ରେନ ରୁ ବାହାର କରିବା କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିଥାନ୍ତା । କେଉଁ ଅଧିକାର ରେ ଆର ପି ଏଫ କନେଷ୍ଟବଳ ତାଙ୍କୁ ମାଡ ମାରିଲେ ବୋଲି ପ୍ରଶ୍ନ କରିଛନ୍ତି ଅନିତା ।