ଶ୍ରାବଣ ମାସର ଦୂତୀୟ ସୋମବାର ରେ ବିଭିନ୍ନ ଶୈବ୍ୟ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼।। ବଣେଇ ବାଣେଶ୍ୱର ମନ୍ଦିର , ବେଦବ୍ୟାସ , ଘୋଘରରେ ଭକ୍ତଙ୍କ ଜଳାଭିଷେକ।

0 296

ଶ୍ରାବଣ ମାସର ଦୂତୀୟ ସୋମବାର ରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶୈବ୍ୟ ପୀଠରେ ଭକ୍ତ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। କାଉଡ଼ିଆ ଏବଂ ଶିବ ଭକ୍ତ ମାନେ ନଦୀରୁ ପାଣିନେଇ ଦେବ ଦେବ ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରୁଛନ୍ତି। ଆଜି ବଣେଇ ର ବାଣେଶ୍ୱର ମନ୍ଦିରରେ କାଉଡ଼ିଆ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭକ୍ତ ମାନଙ୍କ ବୋଲ ବମ ଧ୍ୱନୀରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା। ସେହିପରି ଶୈବ୍ୟ ପୀଠ ବେଦବ୍ୟାସରେ ମଧ୍ୟ ଶିବଭକ୍ତଙ୍କ ଭିଡ଼ ହୋଇଥିଲା। ବ୍ରାହ୍ମଣୀ ନଦୀରୁ ପାଣି ଆଣି ଭକ୍ତ ମାନେ ଶିବଙ୍କ ମସ୍ତକରେ ଜଳ ଚଢ଼ାଇ ଥିଲେ। ଅନ୍ୟପକ୍ଷରେ ବେଦବ୍ୟାସ ବ୍ରାହ୍ମଣୀ ନଦୀରୁ କାଉଡ଼ିଆ ମନେ ଜଳ ନେଇ ରାଜଗାଙ୍ଗପୁର ଘୋଗର ଧାମରେ ଜଳାଭିଷେକ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା।

Leave A Reply

Your email address will not be published.